ବଣ ପାହାଡ଼ ଘେରା ମୋରି ଗାଁ..
ଛୋଟ ହେଲେ ବି ଭାରି ସୁନ୍ଦର..
ଗାଁ ମୁଣ୍ଡ ବଟ ବୃକ୍ଷ ପାଖ ଶିବ ମନ୍ଦିର ଟି..
ଆହା କି ଲାଗଇ ସରଗପୁର...
ସକାଳ ସୁରୁଜ ର ପହିଲି କିରଣ..
ବୁଣେ ଯେବେ ମୁରୁଜ ମନ ମୁଗ୍ଧକର..
ଦଶ ଦିଶ ପ୍ରକମ୍ପିତ ହୁଏ ଘଣ୍ଟା ଧ୍ୱନି ରେ..
କେତେ ମନ ଲୋଭା ପୁଣି ଭକ୍ତ ଙ୍କ ଆସର..
ଭକ୍ତ ଙ୍କ ମନ୍ତ୍ରୋଚ୍ଚାରଣ ସଙ୍ଗେ ଧ୍ଵନି ପୁଣି ଓଁ କାର ରେ ..
ପୁଲକିତ କରେ ପ୍ରତି ମନ ପ୍ରାଣ..
ପୁଷ୍ପ ବିମଣ୍ଡିତ ଦିବ୍ୟ ପ୍ରତିମା ଦର୍ଶନେ..
ତୃପ୍ତି ପାଇ ଲାଗେ ସାର୍ଥକ ହେଲା ଏ ହୀନ ଜୀବନ.
ମଙ୍ଗଳ ଆରତୀ ମଙ୍ଗଳ ପ୍ରଭାତେ..
ଆଣି ଦିଏ ମନେ ଅପୂର୍ବ ଶାନ୍ତି..
ସନ୍ଧ୍ୟା ଆରତୀ ରେ ଭାଗବତ ସ୍ଵରେ..
ଦୂର କରଇ ମନ ରୁ ଭୀତି..
ଗାଁ ମନ୍ଦିର ଲାଗେ ମୁକତି ର ଦ୍ୱାର..
ତାରି ଶୋଭା ରେ ପୁଣି ନାହିଁ ପଟାନ୍ତର..
ସୁଖ ଦୁଃଖ, ଆଶା ନୈରାଶ୍ୟ ସମୟେ..
ତାହା ତ ଗାଁ ବାସୀ ଙ୍କ ଆଶରା..
ସଭି ଭକତ ଙ୍କ ଉପରେ ପ୍ରଭୁ.
ଖୋଲନ୍ତୁ ଦୟା କ୍ଷମା ର ପସରା..
ସ୍ୱପ୍ନା ସିଂହ..
ଝାରସୁଗୁଡା..


0 Comments